ସ୍ୱଚ୍ଛତା ମିଶନ ସଚେତନତା ରଥର ଶୁଭାରମ୍ଭ

ଆଠଗଡ: ଆଠଗଡ ବ୍ଲକର ସମସ୍ତ ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ପରିମଳ ସଂପର୍କରେ ଜନସଚେତନତା ଲାଗି ଏକ ରଥ ବୁଧବାର ପରିକ୍ରମା ଆରମ୍ଭ କରିଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ସ୍ୱଚ୍ଛମିଶନ ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଅଧିକାରୀ ହେମନ୍ତ କୁମାର ସ୍ୱାଇଁ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳରେ ବାହ୍ୟ ମଳତ୍ୟାଗକୁ ସଂପୂର୍ଣ୍ଣ ବନ୍ଦ କରିବା, ଶୌଚାଳୟ ବ୍ୟବହାର କରିବା, ପରିସ୍କାର ପରିଚ୍ଛନ୍ନତା ରକ୍ଷା କରିବା ଲାଗି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ରଥଟି ୩ଦିନ ମଧ୍ୟରେ ୩୪ଟି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମ ପରିକ୍ରମା କରିବ ବୋଲି ଗୋଷ୍ଠୀ ଉ୍‍ନୟନ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଥିଲେ।

Comments are closed.