ସମ୍ପର୍କୀୟଙ୍କ ନୃସଂଶ କାଣ୍ଡ, ବାଇକରେ ଆଣୁଥିବା ବେଳେ ମା’ ଓ ଝିଅକୁ ହତ୍ୟା ଉଦ୍ୟମ

ଆଠଗଡ଼: କଟକ ଜିଲା ଆଠଗଡ ଅଞ୍ଚଳ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଦ୍ୱାରବତୀପୁର ନିକଟରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମାଆ ଓ ତାର ୬ ବର୍ଷର ଝିଅ ଜଣେ ସମ୍ପର୍କୀୟଙ୍କ ସହ ବାଇକରେ ଆସୁଥିବା ବେଳେ ଉକ୍ତ ସମ୍ପର୍କୀୟ ଜଣକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବାଇକରେ ଆଣୁଥିବା ବେଳେ ସମ୍ପର୍କୀୟ ଜଣକ ହଠାତ ମାଆ ଓ ଝିିଅଙ୍କ ଉପରେ ଆକ୍ରାମଣ କରିଥିଲା। ପରେ ମାଆ ଓ ଝିଅଙ୍କ ପାଟି ଶୁଣି ସ୍ଥାନୀୟଲୋକ ଆସିବାରୁ ସମ୍ପର୍କୀୟ ଜଣଙ୍କ ଘଟଣା ସ୍ଥଳରୁ ଫେରାରା ହୋଇଯାଇଛି। ଗୁରୁତର ଅବସ୍ଥାରେ ମାଆ ଓ ଝିଅଙ୍କୁ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ସମ୍ପର୍କୀୟ ଜଣଙ୍କ ଆକ୍ରାମଣ କରିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

 

Comments are closed.