ଲୋକପ୍ରିୟ କ୍ରୀଡା ଶିକ୍ଷକଙ୍କ ପରଲୋକ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭାଗ୍ୟଧର ପ୍ରଧାନ (୫୨)ଙ୍କର କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇ ଯାଇଛି। ଜଣେ କର୍ମନିଷ୍ଠ, ଛାତ୍ରବତ୍ସଳ ଓ ଦକ୍ଷ କ୍ରୀଡାଶିକ୍ଷକ ଭାବେ ଆଠଗଡ ଅଞ୍ଚଳରେ ସେ ବେଶ୍‍ ଲୋକପ୍ରିୟ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଏଠାରେ ବିଶେଷକରି ବିଶ୍ୱନାଥ ବିଦ୍ୟାପୀଠର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା। ଶୁକ୍ରବାର ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହେବା ସହ ତାଙ୍କର ସ୍ମୃତି ଚାରଣ କରାଯିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଜଣାପଡିଛି।

Comments are closed.