ଇଶ୍ୱରା ଗ୍ରାମ ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଦୋରଡ ପଞ୍ଚାୟତ ଅଧିନ ଇଶ୍ୱରା ଗ୍ରାମରେ ଇତି ମଧ୍ୟରେ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ୧୦ଦିନ ପାଇଁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ବ୍ଲକ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଶ୍ୱରା ଗ୍ରାମକୁ ୨୯ତାରିଖ ସକାଳ ୬ଟା ଠାରୁ ଅଗଷ୍ଟ ୭ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ଉକ୍ତ ଗ୍ରାମର ସମସ୍ତ ପ୍ରବେଶପଥକୁ ବାଉଁଶ ବାଡ ଦ୍ୱାରା ଆବଦ୍ଧ କରାଯାଇଥିବାବେଳେ ଯାତାୟତ ଉପରେ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବାକୁ ଉପଜିଲ୍ଲାପାଳ ବ୍ରହ୍ମପୁର ସିଏଚସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.