ଓରନ୍ଦାରେ ସ୍ୱଚ୍ଛତା ଉପକରଣ ବଣ୍ଟନ

ଗୁରୁଡିଝାଟିଆ : ଆଠଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଓରନ୍ଦା ପଞ୍ଚାୟତର ଓରନ୍ଦାରେ ମହିଳା ଓ କିଶୋରୀମାନଙ୍କୁ ସ୍ୱଚ୍ଛତା ଉପକରଣ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ଉପସ୍ଥିତ ମହିଳା ଓ କିଶୋରୀମାନଙ୍କୁ ବୟସ ବୃଦ୍ଧି ସହିତ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନ ସଂପର୍କରେ ବୁଝାଇବା ସହ ସେଥିପାଇଁ ଯତ୍ନଶୀଳ ହେବା ସହିତ ନିଜକୁ ବିଭିନ୍ନ ରୋଗରୁ ସୁରକ୍ଷା ଦେବା ସଂପର୍କରେ କହିବାସହ ସାନିଟାରୀ ନାପକିନ ବଣ୍ଟନ କରିଥିଲେ।

Comments are closed.