ମାଟ୍ରିକରେ ଆଠଗଡ ବ୍ଲକର ୫ ବିଦ୍ୟାର୍ଥୀ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ

ଆଠଗଡ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ ଆଠଗଡ ବ୍ଲକର ମୋଟ ୫ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୁଣ୍ଟୁକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲର ଶୁଭଲକ୍ଷ୍ମୀ ଦାଶ ସର୍ବାଧିକ ୫୫୪ ନମ୍ବର ରଖି ଆଠଗଡ ବ୍ଲକରେ ଟପ୍ପର ହୋଇଥିବା ଜଣାପଡିଛି। ସେହିପରି ୨ୟ ସ୍ଥାନରେ ଘରୋଇ ବାଣୀକଣ୍ଠନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସତ୍ୟଜିତ୍‍ ମିଶ୍ର ୫୫୨ ନମ୍ବର, ୩ୟ ସ୍ଥାନରେ ଗୁରୁଡିଝାଟିଆ ନୋଡାଲ ହାଇସ୍କୁଲର ଛାତ୍ର ତିରୁପତି ନାୟକ ୫୪୪, ଯୁଗ୍ମ ୪ର୍ଥ ସ୍ଥାନରେ ସଠିଲୋ- ବାସୁଦେବପୁର ହାଇସ୍କୁଲର ଛାତ୍ରୀ ଯାଜ୍ଞସେନୀ ସ୍ୱାଇଁ ୫୪୦ନମ୍ବର ଏବଂ ଅରଖପାଟଣାସ୍ଥିତ ଲୋକନାଥ ବିଦ୍ୟାପୀଠର ଛାତ୍ର ସତ୍ୟପ୍ରକାଶ ଦାଶ ୫୪୦ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ଆଠଗଡ ବ୍ଲକର ୩୪ଟି ସରକାରୀ ହାଇସ୍କୁଲର ମୋଟ ୧୬୭୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୬.୫୮ ପ୍ରତିଶତ ଅର୍ଥାତ ୧୪୪୬ଜଣ କୃତକାର୍ଯ୍ୟ ହୋଇଥିବା ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲଙ୍କ ସୁତ୍ରରୁ ପ୍ରକାଶ। ଏ୧ ଗ୍ରେଡରେ ୪ଜଣ, ଏ୨ ରେ ୩୩ଜଣ, ବି୧ ରେ ୮୪, ବି୨ ୧୫୪, ସି ଗ୍ରେଡରେ ୨୨୮, ଡି ଗ୍ରେଡରେ ୩୦୩ ଏବଂ ଇ ଗ୍ରେଡରେ ୬୩୧ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସଠିଲୋ-ବାସୁଦେବପୁର ହାଇସ୍କୁଲ-
ଆଠଗଡ ବ୍ଲକର ସଠିଲୋ-ବାସୁଦେବପୁର ହାଇସ୍କୁଲରେ ଚଳିତବର୍ଷ ଶତପ୍ରତିଶତ ଫଳାଫଳ ହୋଇଥିବା ଜଣାପଡିଛି। ମୋଟ ୩୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟୁର ଛାତ୍ରୀ ଯାଜ୍ଞସେନୀ ସ୍ୱାଇଁ ସର୍ବାଧିକ ୪୦ନମ୍ବର ସହ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ସ୍କୁଲ ଟପ୍ପର ହୋଇଥିବା ଜଣାପଡିଛି। ଏହି ସ୍କୁଲରେ ଏ୨ ରେ ୪ଜଣ, ବି୧ରେ ୫ଜଣ, ବି୨ରେ ୩ଜଣ ସି ଗ୍ରେଡରେ ୬, ଡି ଗ୍ରେଡରେ ୧୨ ଓ ଇ ଗ୍ରେଡରେ ୨ଜଣ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ବେହେରାଙ୍କ ସୁତ୍ରରୁ ପ୍ରକାଶ।
ଲୋକନାଥ ବିଦ୍ୟାପୀଠ-
ଆଠଗଡ ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଲୋକନାଥ ବିଦ୍ୟାପୀଠରେ ୯୩.୬୫ପ୍ରତିଶତ ଫଳାଫଳ ଅର୍ଥାତ ୬୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯ଜଣ ଉତ୍ତୀଣ୍ଣ ର୍ ହୋଇଛନ୍ତି। ଏହି ସ୍କୁଲର ଛାତ୍ର ସତ୍ୟପ୍ରକାଶ ଦାଶ ୫୪୦ନମ୍ବର ସହ ଏ୧ ଗ୍ରେଡରେ ଉତ୍ତୀଣ୍ଣ ର୍ ହୋଇ ବିଦ୍ୟାଳୟ ଟପ୍ପର ହୋଇଥିବା ପ୍ରଧାନଶିକ୍ଷକ ଭାଷ୍କର ମଲ୍ଲିକଙ୍କ ସୁତ୍ରରୁ ପ୍ରକାଶ। ସେହିପରି ଏହି ସ୍କୁଲରେ ଏ୨ ରେ ୩ଜଣ, ବି୧ରେ ୬ଜଣ, ବି୨ରେ ୨ଜଣ ସି ଗ୍ରେଡରେ ୧୦, ଡି ଗ୍ରେଡରେ ୧୯ ଓ ଇ ଗ୍ରେଡରେ ୧୮ଜଣ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନ ଶିକ୍ଷକଙ୍କ ସୁତ୍ରରୁ ପ୍ରକାଶ।
ଅଚ୍ୟୁତାନନ୍ଦ ବିଦ୍ୟାପୀଠ-
ଆଠଗଡ ଏନଏସିର କନ୍ତୋଲରେ ପ୍ରତିଷ୍ଠିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠରେ ୪୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ଜଣ ଅର୍ଥାତ୍‍ ୭୪.୪୧ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ଏହି ସ୍କୁଲରେ ଏ୧, ଏ୨ ଓ ବି୧ରେ କେହି ଛାତ୍ରଛାତ୍ରୀ ନଥିବା ବେଳେ ବି୨ରେ ୧ଜଣ ସି ଗ୍ରେଡରେ ୨, ଡି ଗ୍ରେଡରେ ୬ ଓ ଇ ଗ୍ରେଡରେ ୨୩ଜଣ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନ ଶିକ୍ଷକଙ୍କ ସୁତ୍ରରୁ ପ୍ରକାଶ। ଏହି ସ୍କୁଲର ଛାତ୍ର ଶ୍ରୀ ପ୍ରସାଦ ରାଉତ ସର୍ବାଧିକ ୪୧୩ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ଜଣାପଡିଛି।
ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ-
ଆଠଗଡ ବ୍ଲକର ଯୋରନ୍ଦା ପଞ୍ଚାୟତରେ ପ୍ରତିଷ୍ଠିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୩୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫ଜଣ ଅର୍ଥାତ ୮୩.୬୩ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଏ୧ ଓ ଏ୨ଗ୍ରେଡରେ କେହି ଉତ୍ତୀର୍ଣ୍ଣ ହୋଇନଥିବା ବେଳେ ବି୧ରେ ୩ଜଣ, ବି୨ରେ ୨ଜଣ ସି ଗ୍ରେଡରେ ୫, ଡି ଗ୍ରେଡରେ ୮ ଓ ଇ ଗ୍ରେଡରେ ୭ଜଣ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ସୁତ୍ରରୁ ପ୍ରକାଶ। ଏହି ସ୍କୁଲର ଛାତ୍ର ସୌମ୍ୟକାନ୍ତ ସ୍ୱାଇଁ ୪୪୩ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବାବେଳେ ତାଙ୍କ ପଛକୁ ରହିଛନ୍ତି ଅଭୟ କୁମାର ମହାନ୍ତି (୪୩୬) ଓ ସୌମ୍ୟା ସୁରଭି ସାହୁ (୪୩୧) ବୋଲି ଜଣାପଡିଛି।

Comments are closed.