ମାଟିଖୋଳାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ : ୫ ଆହତ

ଆଠଗଡ଼ : କଟକ ଜିଲା ଆଠଗଡ଼ ଅଞ୍ଚଳର ଖୁଣ୍ଟିଣି ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଓ ମାଣିତ୍ରି ଗ୍ରାମ ମଧ୍ୟରେ ଶନିବାର ସନ୍ଧ୍ୟରେ ମାଟି ଖୋଳାକୁ ବିରୋଧ କରି ଦୁଇ ଗ୍ରାମ ଭିତରେ ସଂଘର୍ଷ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରେଙ୍ଗାଲି କେନାଲ ଲାଗି ମାଟି ଖୋଳା ଯାଉଥିବାରୁ ଏହାକୁ ଖଣ୍ଡବନ୍ଧ ଓ ମାଣିତ୍ରି ଗ୍ରାମ ବିରୋଧ କରିଥିଲେ। ଏହି ଜମିକୁ ନିଜ ନିଜର କହି ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଦୁଇ ଗ୍ରାମବାସୀ ସାଇଟ ସୁପର ଭାଇଜରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବାଇକ, ସାଇକେଲ ଓ ପ୍ରୋକଲିନ ମେସିନ ଭଙ୍ଗାରୁଜା କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଥିବା ଜଣାପଡ଼ିଛି ।

Comments are closed.