ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ

ପଦ୍ମପୁର :ରାୟଗଡା ଜିଲା ପଦ୍ମପୁର ନିକଟସ୍ଥ ଖମାପଦର ଗ୍ରାମ ନିକଟ ପଡ଼ିଆରେ ଆଜି ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ ହୋଇଯାଇଛି। ପଦ୍ମପୁର ବିଜୁ ଜନତା ଦଳର ବ୍ଲକ ଯୁବ ସଭାପତି ପ୍ରଶାନ୍ତ ଦଲେଇଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ମ୍ୟାଚକୁ ଆଜି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଛାତ୍ର ବିଜୁ ଜନତା ଦଳ ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ଉପାଧ୍ୟକ୍ଷ ରମେଶ ସାହୁ ,ଖମାପଦର ସରପଞ୍ଚ କିଶୋରୀ ଶବର ଏବଂ ସ୍ଥାନୀୟ ନେତା କର୍ମୀ ମାନେ ଉପସ୍ଥିତ ରହି ସମସ୍ତ ଖେଳାଳି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରିକେଟ ଖେଳ ଆସନ୍ତା ୨୮ତାରିଖ ଫାଇନାଲ ଖେଳ ହେବ ଚାଲିବ ବୋଲି ବିଜୁ ଜନତା ଦଳର ଯୁବ ସଭାପତି ପ୍ରଶାନ୍ତ ଦଳେଇ ସୂଚନା ଦେଇଛନ୍ତି।

Comments are closed.