ପ୍ରମଥଚନ୍ଦ୍ର-କେଶବାନନ୍ଦ ସ୍ମାରକୀ କ୍ରିକେଟ ; ଛୋଟିଆମ୍ବ କ୍ରିକେଟ କ୍ଲବ ଚମ୍ପିଆନ

ଆଠଗଡ :  ଉତ୍ତରାଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ମହୋତ୍ସବ ପଡିଆଠାରେ ଚାଲିଥିବା ୩ୟ ପ୍ରମଥଚନ୍ଦ୍ର-କେଶବାନନ୍ଦ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ସେମିଫାଇନାଲରେ ମେଘାର ବିବିସି କ୍ଲବ ଛୋଟିଆମ୍ବ କ୍ରିକେଟ କ୍ଲବଠାରୁ ୧୨ରନ୍‌ ବ୍ୟବଧାନରେ ପରାସ୍ତ ହେବା ପରେ ଛୋଟିଆମ୍ବ ଦଳ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ଛୋଟିଆମ୍ବ କ୍ରିକେଟ କ୍ଲବ୍‌ ଓ ଭୁବନେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଛୋଟିଆମ୍ବ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୫ ଓଭରରେ ୧୫୧ରନ୍‌ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ଭୁବନେଶ୍ୱର କ୍ରିକେଟ କ୍ଲବ ୧୫ ଓଭରରେ ୭ୱିକେଟ ହରାଇ ମାତ୍ର ୧୩୩ରନ୍‌ ସଂଗ୍ରହ କରିବା ଫଳରେ ୧୮ରନ୍‌ ବ୍ୟବଧାନରେ ପରାସ୍ତ ହେବାରୁ ଛାଟିଆମ୍ବ କ୍ଲବ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି, ନଗରପାଳ ସସ୍ମିତା ରାଉତ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି, ଓକିଲ ସଂଘ ସଂପାଦକ ବନବିହାରୀ ସାହୁ, ଶିକ୍ଷାବିତ୍‌ ପ୍ରତାପ ଚନ୍ଦ୍ର ପଣ୍ଡା ଓ ସମାଜସେବୀ ସଂଜୟ ମହାନ୍ତି ଯୋଗଦେଇ ବିଜୟୀ ଦଳ ଓ ଉପବିଜେତା ଦଳକୁ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସୌମ୍ୟରଞ୍ଜନ ଭଞ୍ଜ, ସ୍ୱାଧୀନ ଜେନା, ପାୟଲ ବର୍ମା ଜ୍ୟୋତିପ୍ରକାଶ ଗଡନାୟକ ପ୍ରମୁଖଙ୍କ ସମେତ ଆୟୋଜକ କ୍ଲବର ଅନ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.