ଆଠଗଡରେ ୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ: ଆଠଗଡ଼ରେ ବଢ଼ୁଛି କରୋନା ସଂକ୍ରମଣ । ସୋମବାର ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ମଙ୍ଗଳବାର ଆଣ୍ଟିଜେନ ପରୀକ୍ଷଣରୁ ଆଠଗଡ ଡାକ୍ତରଖାନାରେ ୮୬ଜଣଙ୍କ ମଧ୍ୟରୁ ୨୩ ଏବଂ ବ୍ରହ୍ମପୁର ସିଏଚସିରେ ୫୦ଜଣଙ୍କ ମଧ୍ୟରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରର କିମସ୍ ଡାକ୍ତରଖାନାରେ ୨ଜଣ ଓ ମହାନଦୀବିହାରର ଏକ ଘରୋଇ ଚିକିତ୍ସାଳୟରେ ଆଠଗଡ ଅଞ୍ଚଳର ଆଉଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ଡାକ୍ତରଖାନା ପକ୍ଷରୁ ନିଜ ଘରେ ପୃଥକବାସରେ ରହି ଚିକିତ୍ସିତ ହେବା ଲାଗି ପରାମର୍ଶ ଦିଆଯାଇଛି । ତ୍ୱରିତ କାର୍ୟ୍ୟାନୁଷ୍ଠାନ ଦଳ ବରିଷ୍ଠ ବହମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ନେତୃତ୍ୱରେ ପ୍ରତ୍ୟେକ ସଂକ୍ରମିତଙ୍କ ଘରକୁ ଘର ବୁଲି ଔଷଧ ବିତରଣ କରିବା ସହ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି।

Comments are closed.