‘ଅଟଳ ଜଳ ଯୋଜନା’କୁ ଅନୁମୋଦନ : ୬ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ୬୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଙ୍ଗଳବାର ‘ଅଟଳ ଜଳ ଯୋଜନା’କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦଦନ କରିଛି । ଏହି ଯୋଜନାର ସୁଫଳ ୬ଟି ରାଜ୍ୟକୁ ମିଳିବ । ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଆଦି ରାଜ୍ୟକୁ ଏଥିରେ ସାମିଲ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି କୃଷକଙ୍କ ଆୟ ଦୁଇଗୁଣ କରିବା ନିମନ୍ତେ କରାଯାଇଛି । ଏହି ଯୋଜନାର ଲାଭ ୬ଟି ରାଜ୍ୟର ୮,୩୫୦ଟି ଗାଁକୁ ମିଳିବ।

Comments are closed.