ଅତାବିରା ବ୍ଲକ ଓଷ୍ଟା ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକ

ରେଙ୍ଗାଲି କ୍ୟାମ୍ପ: ଆଜି ଅତାବିରା ବ୍ଲକ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ଓଷ୍ଟl ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ଓଷ୍ଟା ବ୍ଲକ ସଭାପତି ଯାଦବ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଓକିଲ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଂଘ ପାଇଁ ସଭ୍ୟ ସଂଗ୍ରହ, ସଂଘର ସୁଦୃଢକରଣ ତଥା ବ୍ଲକର ବିଦ୍ୟାଳୟମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ଆସୁ ସମାଧାନ ଦିଗରେ ଯୋଜନା ପ୍ରସ୍ତୁତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ବୈଠକରେ ଓଷ୍ଟା ବ୍ଲକ ଉପ ସଭାପତି ଅନୁସୁୟା ଦେବତା, ଯୁଗ୍ମ ସମ୍ପାଦକ ସୁନିଲ କୁମାର ଶତପଥୀ, ସରମା ନାଏକ, ପୁରନ୍ଦର ପ୍ରଧାନ, ରାଜ୍ୟ ପରିଷଦ ସଭ୍ୟ ବାଳମୁକୁନ୍ଦ ସାହୁ ଓ ଡ଼ିଗ୍ରି ଧର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.