ଅତାବିରାରେ ଇଷ୍ଟଦେବୀ ମାଁ ଦୁର୍ଗାଙ୍କ ଭସାଣୀ ଉତ୍ସବ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଇଷ୍ଟଦେବୀ ମାଁ ଦୁର୍ଗାଙ୍କ ଭସାଣୀ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଦୁର୍ଗା ମନ୍ଦିର ପୀଠରେ ୨୬ତାରିଖରୁ ମାଁ ଦୁର୍ଗାଙ୍କ ପର୍ଯ୍ୟାୟ କ୍ରମେ ନବଦିନାତ୍ମକ ବେଶ ପୂଜାର୍ଚ୍ଚନା ହେବା ସହ ମନ୍ଦିର ସମ୍ମୁଖରେ ନବରାତ୍ର ପାଇଁ ଅଧିଷ୍ଠିତ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ଦିବସରୁ କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧି ଦାତ୍ରୀ ବେଶରେ ହଜାର ହଜାର ଭକ୍ତ ମାନଙ୍କ ଗହଣରେ ପୂଜାର୍ଚ୍ଚନା ପୂର୍ବକ ବିଜୟା ଦଶମୀ ଦିନ ରାମଲୀଲା, ରାବଣ ବଧ ନାଟକ, ଭଜନ ସଂକୀର୍ତ୍ତନ ସହ ଘଣ୍ଟ, ଶଙ୍ଖ, ହରି ବୋଲ, ହୁଳହୁଳି ତଥା ମାଙ୍ଗଳିକ ବାଦ୍ୟର ତାଳେ ତାଳେ ମୃଣ୍ମୟୀ ଦେବୀଙ୍କ ଭସାଣୀ ଉତ୍ସବ ଓ ରାବଣ ରାଜ୍ ସମ୍ପନ୍ନ ହୋଇଯାଇଛି। ଏହି ଉତ୍ସବରେ ଅତାବିରା ଥାନା ସାମ୍ନା ସ୍ଥିତ ମୃଣ୍ମୟୀ ଦେବୀଙ୍କ ପୀଠରୁ ବିସର୍ଜିତ ମୃଣ୍ମୟୀ ଦେବୀଙ୍କୁ ରେଙ୍ଗାଲି କେମ୍ପ ସ୍ଥିତ କେନାଲ ଅଭିମୁଖେ ଏକ ବିଶାଳ ଶୋଭାଯାତ୍ରା ଦେଖଣାହାରୀଙ୍କ ମନ ଗଗନକୁ ଛୁଇଁବା ସହ ଭସାଣୀ ଉତ୍ସବ ସମାପନ ହୋଇ ଥିଲା। ଏଥିରେ ମନ୍ଦିର ପୂଜକ, କମିଟିର କର୍ମକର୍ତ୍ତା, ନବଦିନାତ୍ମକ ପୂଜା ପାଇଁ ବରଣ ହୋଇଥିବା ପଣ୍ଡିତ, ସେବାୟତ ତଥା ଆଖପାଖ ଅଞ୍ଚଳର ଗ୍ରାମବାସୀ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।

Comments are closed.