ପୁଣି ଭେଣ୍ଟିଲେଟରରେ ଲତା ମଙ୍ଗେଶକର

ମୁମ୍ବାଇ: ପୁଣି ବିଗିଡ଼ିଲା ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା । ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଛି । ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ଗତ ୨୭ ଦିନ ଧରି ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଲତାଙ୍କର ଚିକିତ୍ସା ଚାଲିଛି । କରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ ୮ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥାବସ୍ଥାରେ ସୁଧାର ଆସିବାରୁ ସ୍ୱତନ୍ତ୍ର ୱାର୍ଡକୁ ଆସିଥିଲେ ଲତା । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ିବାରୁ ତାଙ୍କୁ ପୁନର୍ବାର ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ପୂର୍ବରୁ ଲତା ମଙ୍ଗେଶକରଙ୍କ ଅବସ୍ଥା ବିଗିଡି ଯାଉଥିବା କୁହାଯାଇଥିଲା । ଏନେଇ ପରେ ତାଙ୍କ ମୁଖପାତ୍ର ଏହି ଖବରକୁ ମିଥ୍ୟା ବୋଲି କହିବା ସହ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ କହିଥିଲେ ।

Comments are closed.