ଆଫଗାନିସ୍ଥାନରେ ବିସ୍ଫୋରଣ, ୧୫ ଶିଶୁ ମୃତ

କାବୁଲ : ଆତଙ୍କବାଦୀଙ୍କ ଦ୍ବାରା ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ଫୋରଣ ଘଟି ଅତି କମରେ ୧୫ ଶିଶୁ ନିହତ ଓ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ଣ ୨ଟାରେ ଆଫଗାନିସ୍ଥାନର କେନ୍ଦ୍ରୀୟ ପ୍ରଦେଶ ଗଜନିରେ ଆୟୋଜିତ ଏକ ଧାର୍ମିକ ସମାବେଶରେ ଘଟିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଏହା ପଛରେ ତାଲିବାନର ହାତ ଥିବା ସନ୍ଦେହ କରାଯାଉଛି।

Comments are closed.