ଆସସ ଜେନଫୋନ-୬ର ବଜାର ପ୍ରବେଶ

ନୂଆଦିଲ୍ଲୀ : ବହୁତ ଦିନର ଅପେକ୍ଷାପରେ ଆସସ ତାର ନୂଆ ପ୍ଲାଗସିପ୍‍ ସ୍ମାର୍ଟଫୋନ ଆସସ୍‍ ଜେନଫୋନ-୬ର ବଜାରପ୍ରବେଶ କରିଛି। ଆସସ୍‍ ଜେନଫୋନ-୬ ଫୋନକୁ ଗୁରୁବାର ସ୍ପେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି। ଏହିି ଫୋନ ଆସସ୍‍ ଜେନଫୋନ-୫ଜେଡର ଅପଗ୍ରେଡ ଭର୍ସନ। ଆସସ ଜେନଫୋନ-୬ ହେଉଛି ଆସସ କମ୍ପାନୀର ପ୍ରଥମ ସ୍ମାର୍ଟଫୋନ ଯେଉଁଥିରେ ରୋଟେଟିଙ୍ଗ କ୍ୟାମେରା ଦିଆଯାଇଛି। ତେବେ ଆସନ୍ତୁ ଏହି ଫୋନ ବିଷୟରେ ଅଧିକ ଜାଣିବା-

pic courtesy-gsmarena.com

ଆସସ୍‍ ଜେନଫୋନ-୬ର ବିଶେଷତ୍ୱ
ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଜେନ ୟୁଆଇ-୬ ମିଳିବ। ଏହାବ୍ୟତୀତ କମ୍ପାନୀ ଆଣ୍ଡ୍ରଏଡ କ୍ୟୁ ଏବଂ ଆରର ମଧ୍ୟ ଅପଡେଟ ଦେବ। ଫୋନରେ ୬.୪ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୮୫୫ପ୍ରୋସେସର, ଗ୍ରାଫିକ୍ସ ପାଇଁ ଫୋନରେ ୬୪୦ଜିପିୟୁ ଏବଂ ୮ଜିବି ରାମ ସହିତ ୨୫୬ଜିବି ଷ୍ଟୋରେଜ ପାଇପାରିବେ।

pic courtesy-digital trends

ଆସସ୍‍ ଜେନଫୋନ-୬ର ମୂଲ୍ୟ
ଆସସ୍‍ ଜେନଫୋନ-୬ର ୬ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୩୯ହଜାର ୧୦୦ଟଙ୍କା। ଏହାର ୬ଜିବି ରାମ, ୧୨୮ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୪୩ହଜାର ୮୦୦ଟଙ୍କା। ୮ଜିବି ରାମ+୨୫୬ଜିବି ଷ୍ଟୋରେଜର ମୂଲ୍ୟ ୪୭ହଜାର ଟଙ୍କା। ଭାରତରେ ଏହି ଫୋନର ବିକ୍ରି ୍ରଅନଲାଇନ ଷ୍ଟୋର ଫ୍ଲିପକାର୍ଟରେ ହେବ।

pic courtesy-digital trends

ଆସସ୍‍ ଜେନଫୋନ-୬ର କ୍ୟାମେରା
ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ କ୍ୟାମେରା ସେଟଅପ୍‍ ରହିଛି। ଯାହା ରୋଟେଟିଙ୍ଗ ଷ୍ଟାଇଲରେ ରହିଛି। ଏହାର ଅର୍ଥ କ୍ୟାମେରାକୁ ଆଗକୁ ଏବଂ ପଛକୁ ବୁଲାଇପାରିବେ। ଏଥିରେ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ଏଫ୍‍/୧.୭୯ ଏବଂ ଦ୍ୱିତୀୟ କ୍ୟାମେରାଟି ୧୩ମେଗାପିକ୍ସେଲର ଅଲ୍ଟ୍‍ା ୱାଇଣ୍ଡ ଆଙ୍ଗଲ ରହିଛି। କ୍ୟାମେରା ସହିତ ଡୁଆଲ ଏଲଇଡି ଫ୍ଲାସଲାଇଟ୍‍ ମିଳିବ। କ୍ୟାମେରାର ସମ୍ପୂର୍ଣ୍ଣ କଣ୍ଟ୍ରୋଲ ଆପଣଙ୍କ ପାଖରେ ରହିବ। ଯେମିତି, ଯଦି ଆପଣ କୌଣସି ଖାସ୍‍ ଆଙ୍ଗେଲ ଉପରେ ଫଟୋ କ୍ଲିକ୍‍ କରିବାକୁ ଚାହୁଁଥିଲେ କ୍ୟାମେରାକୁ ସେହିି ଆଙ୍ଗଲ ଉପରେ ରଖି ଫଟୋ ଉଠାଇ ପାରିବେ।

pic courtesy-android authority

ଫୋନର ବ୍ୟାଟେରୀ
ଫୋନର ପଛପଟେ ଟିପଚିହ୍ନ ସେନସର ରହିଛି। ଏହାବ୍ୟତୀତ ଫୋନରେ ୫ହଜାର ଏମ୍‍ଏଚର ବ୍ୟାଟେରୀ ମିଳିବ। ଯାହା କ୍ୱିକ୍‍ ଚାର୍ଜ ୪.୦କୂ ସପୋର୍ଟ କରିଥାଏ। ଫୋନସହିତ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ ପାଇପାରିବେ। ଫୋନରେ ୟୁଏସବି ଟାଇପ୍‍ ସି ଚାର୍ଜିଙ୍ଗ ପୋର୍ଟ, ୱାଇ-ଫାଇ, ଜିପିଏସ୍‍, ବ୍ଲୁଟୁଥ ୫.୦ ରହିଛି।

Comments are closed.