ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

ସୁକମା: ଛତିଶଗଡ଼ର ସୁକ୍‌ମା ଜିଲା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିକାଶ କୁମାର ସହିଦ ହୋଇଛନ୍ତି। ଯବାନମାନେ ଉକ୍ତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଥିବାବେଳେ ତାହା ବିସ୍ଫୋରଣ ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ଏକ ଯବାନ ଟିମ୍‌ ରବିବାର ଦିନ କିଷ୍ଟାରାମ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ଜଙ୍ଗଲରୁ ଏକ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଥିଲା। ଯବାନମାନେ ତାହାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରିବା ସମୟରେ ତାହା ହାଠାତ୍‌ ବିସ୍ଫୋରଣ ଘଟିଥିଲା।

ଏଥିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିକାଶଙ୍କ ସମେତ ୩ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ସିଆରପିଏଫ କ୍ୟାମ୍ପକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପ​‌ରେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିକାଶଙ୍କର ସୋମବାର ମୃତ୍ୟୁ ଘଟିଛି।

Comments are closed.