ଜୁନ୍‌ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ, ଜୁନ ୨୮ ତାରିଖରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର – ଜୁନ୍‌ ୨୫ ତାରିଖରେ ନବଗଠିତ  ଓଡିଶା ବିଧାନ ସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଜୁନ ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି କରାଯିବ । ଜୁନ୍‌ ୨୮ ତାରିଖରେ ବିଧାନସଭାରେ ବଜେଟ୍‌ ଆଗତ କରାଯିବ ।
ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବ ଅଗଷ୍ଟ ୮ ତାରିଖରେ ଶେଷ ହେବ । ମୌସୁମୀ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି ।

Comments are closed.