ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ, ଶୋଷଣର ଶୀକାର ହେଉଛନ୍ତି ଚାଷୀ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରେ ମକା ଚାଷ ଖୁବ ଭଲ ହେଉଥିବା ବେଳେ ସେଠାରେ ମଣ୍ଡି ଖୋଲୁ ନ ଥିବାରୁ ମକା ଚାଷୀମାନେ ଶୋଷଣର ଶୀକାର ହେଉଛନ୍ତି। ତେଣୁ ଏ ଦିଗରେ ସରକାର ଦୃଷ୍ଟି ଦେଇ ତାଙ୍କୁ ଶୋଷଣରୁ ରକ୍ଷା କରିବାକୁ ବିଜେପି ସଭ୍ୟ ନିତ୍ୟାନନ୍ଦ ଗଣ୍ଡ ଦାବି କରିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ଗଣ୍ଡ କହିଛନ୍ତି ଯେ ସମଗ୍ର ଭାରତରେ ନବରଙ୍ଗପୁର ମକାଚାଷରେ ଅଗ୍ରଣୀ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟର ବିଷୟ ଯେ ମଣ୍ଡି ଖୋଲୁ ନ ଥିବା କାରଣରୁ ମକା ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ୧୮୫୦ ଟଙ୍କା ପାଉ ନାହାନ୍ତି। ତେଣୁ ସେମାନେ ଅସାଧୁ ବ୍ୟବସାୟୀଙ୍କୁ ମକା ୧୧ ଶହ -୧୨ ଶହ ଟଙ୍କା ପ୍ରତି କ୍ୱିଂଟାଲ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତିା ତେଣୁ ଚାଷୀ ମାନଙ୍କୁ ଶୋଷଣରୁ ରକ୍ଷା କରିବାକୁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Comments are closed.