ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ସୋମବାର ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଗୃହକୁ ୩ଟା ଯାଏ ମୁଲତବୀ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଗୃହର ବରିଷ୍ଠ ସଦସ୍ୟମାନେ ସମର୍ଥନ କରିଥିଲେ। ପରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ଦଳର ନେତା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଶରେ ଦୁଇ ମିନଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।
ଏହା ପରେ ବାଚସ୍ପତି ସୁଶୀଳା ଦେବୀଙ୍କୁ ସମ୍ମାନ ଜଣାଇ ଗୃହକୁ ୩ଟା ଯାଏ ମୁଲତବୀ ରଖିଛନ୍ତି।

Comments are closed.