ଜୁନ୍‍ ୧୩ ତାରିଖରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର : ଜୁନ୍‍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ସୂଚନା ମିଳିଛି। ବାଚସ୍ପତି ପଦ ପାଇଁ ଆସନ୍ତା ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ କରି ପାରନ୍ତି ବୋଲି ସୂଚନା ମିଳିଛି।
ପୂର୍ବରୁ ଗୃହରେ ବାଚସ୍ପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ଦାୟିତ୍ୱ ତୁଳାଉଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ବାଚସ୍ପତି ପଦରୁ ସେ ନିଜର ଇସ୍ତଫା ଦେଇଛନ୍ତି। ବାଚସ୍ପତି ଇସ୍ତଫା ଦେବା ପରେ ଏହି ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ଆଜି ସଚିବାଳୟ ପକ୍ଷରୁ ସୂଚନା ମିଳିଥିବା ବେଳେ ଗୃହକୁ ନୂତନ ବାଚସ୍ପତି ଚୟନ ପରେ ନିକଟରେ ଗଠିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନୂତନ ମନ୍ତ୍ରିମଣ୍ଡଳ ଓ ବିଧାୟକଙ୍କୁ ନେଇ ଗୃହ କାର୍ଯ୍ୟ ଆରମ୍ଭ ହେବ।

Comments are closed.