ରାଜ୍ୟର ଆର୍ଥିକ ସ୍ଥିତି ନେଇ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର : ଚାଲିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଚାଷୀ,କୃଷକ, ମାନସ ସ୍ୱାଇଁ ହତ୍ୟା ମାମଲା ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାକୁ ଲାଗିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ। ଗତକାଲି କାମଚଳା ବଜେଟ୍‍ ଆସିଥିବା ବେଳେ ଆଜି ମଧ୍ୟ ଅନେକ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଜାରି ରହିଛି।
ସେହିପରି ଗୃହରେ ରାଜ୍ୟର ଆର୍ଥିକ ସ୍ଥିତି ନେଇ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଜଳସେଚନ ସମ୍ପର୍କିତ ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଛି।

 

 

Comments are closed.