ବିଧାନସଭାରେ ବିଭାଗୀୟ ସ୍ଥାୟୀ କମିଟି ବୈଠକ

ଭୁବନେଶ୍ୱର: ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ବିଭାଗୀୟ ସ୍ଥାୟୀ କମିଟି-୯ଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଚାଲୁ ରହିଥିବା କାର୍ଯ୍ୟକ୍ରମ ଉପରେ ଅଲୋଚନା ହୋଇଥିଲା। ଏହି ବୈଠକରେ କମିଟିର ସଦସ୍ୟ, ସଂପୃକ୍ତ ବିଭାଗର ଉଚ୍ଚପଦାଧିକାରୀଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...