ପ୍ରଚାର ଅଭିଯାନ ସରଗରମ : ପ୍ରଥମ ପର୍ଯ୍ୟାୟ ପାଇଁ ୨୭ରେ ମତଦାନ

ନୂଆଦିଲ୍ଲୀ :  ଆସାମ ଓ ପଶ୍ଚିମବଙ୍ଗ ପାଇଁ ତିନି ପର୍ଯ୍ୟାୟ ଏବଂ କେରଳ, ତାମିଲନାଡୁ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଗୋଟିଏ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି। ଆସାମ ଓ ପଶ୍ଚିମବଙ୍ଗ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ଚାଲିଥିବା ପ୍ରଚାର କାର୍ଯ୍ୟ ଆସନ୍ତା କାଲି ସନ୍ଧ୍ୟାରେ ଶେଷ ହେବ।
ତିନି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସାମର ୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୭ ତାରିଖ ଦିନ ଭୋଟ୍‍ ଗ୍ରହଣ ସକାଶେ ୨୬୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି।  ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ପାଇଁ ୩୦ଟି ଆସନ ସକାଶେ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏହି ଦୁଇଟିଯାକ ରାଜ୍ୟରେ ଏପ୍ରିଲ୍‍ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଆସାମର ୩୯ଟି ଆସନ ପାଇଁ ୩୭୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପଶ୍ଚିମବଙ୍ଗର ୩୦ଟି ଆସନ ପାଇଁ ୧୭୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଦୁଇଟିଯାକ ରାଜ୍ୟରେ ଏପ୍ରିଲ୍‍ ୬ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଆସାମର
୪୦ଟି ଆସନ ପାଇଁ ୩୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କେରଳ, ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ମଧ୍ୟ ଏପ୍ରିଲ୍‍ ୬ ତାରିଖରେ ଭୋଟ ଗ୍ରହଣ ହେବ। କେରଳର ୧୪୦ଟି ବିଧାନସଭା ଆସନ ପାଇଁ ୯୫୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାମିଲନାଡୁର ୨୩୪ଟି ଆସନ ପାଇଁ ୪ହଜାର ୧୨୫ ଜଣ ଓ ପୁଡୁଚେରୀର ୩୦ଟି ଆସନ ପାଇଁ ୩୨୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏଥିସହିତ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେବ। ଏହି ଆସନରେ ୧୨
ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କେରଳର ମଲ୍ଲାପୁରମ୍‍ ଲୋକସଭା ଆସନ ପାଇଁ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Comments are closed.