ରାସ୍ତା ପାର୍‌‌ କରୁଥିଲେ.. କାର ଧକ୍କାରେ ୫ ମହିଳା ମୃତ

ପୁଣେ : ମହାରାଷ୍ଟ୍ରର ପୁଣେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ନାସିକ-ପୁଣେ ହାଇୱେରେ ଏକ ଦ୍ରୁତ ଗତିରେ ଯାଉଥିବା କାର୍‌‌ ରାସ୍ତା ପାର୍‌‌ କରୁଥିବା କିଛି ମହିଳାଙ୍କୁ ସମୂହ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏହି ଦୁର୍ଘଟଣା ସୋମବାର ରାତିରେ ଘଟିଛି। ଏଠାରେ ପ୍ରାୟ ୧୭ ଜଣ ମହିଳା ରାସ୍ତା ପାର୍‌‌ କରିବାକୁ ଚେଷ୍ଟା କରୁଥିଲେ। ଏମାନେ ସମସ୍ତେ ୫୦ କିମି ଦୂର ପୁଣେ ସହରରୁ ଆସିଥିଲେ। ରାସ୍ତା ଆର ପଟରେ ଥିବା ଏକ କେଟରିଙ୍ଗ କାମରେ ଯାଉଥିଲେ। ମହିଳାମାନେ ରାସ୍ତା ପାର୍‌‌ କରୁଥିବା ସମୟରେ ପୁଣେ ପଟୁ ଆସୁଥିବା ଏକ ଦ୍ରୁତ ଗତି କାର୍‌‌ ଏମାନଙ୍କୁ ଧକ୍କା ଦେଇ ଦୁର୍ଘଟଣା ପରେ ପୁଣି ପୁଣେ ଆଡକୁ ଫେରାର ହୋଇଯାଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

 

Comments are closed.