ପଶ୍ଚିମବଙ୍ଗରେ ୮୦.୪୩% ଓ ଆସାମରେ ୭୪.୭୬% ମତଦାନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଓ ଆସାମ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଯଥାକ୍ରମେ ୮୦.୪୩% ଓ ୭୪.୭୬% ମତଦାନ ହୋଇଥିବା ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ କୁହାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଓ ଆସାମର ୩୯ଟି ଆସନ ପାଇଁ ମତଦାନ ହୋଇଥିଲା। ଇସିଙ୍କ କହିବା ଅନୁଯାୟୀ ଦୁଇଟି ଯାକ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଛି। ଦୁଇ ରାଜ୍ୟର ୬୯ଟି ଆସନ ପାଇଁ ୨୧,୨୧୨ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା। ତେବେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ହିଂସା ଓ ବିରୋଧୀ ବିଜେପି ପକ୍ଷରୁ ବୁଥ ଜବରଦଖଲ କରାଯାଇଥିବା ନେଇ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି। ତୃଣମୂଳ କଂଗ୍ରେସର ଏହି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ରିପୋର୍ଟ ଲୋଡିଛନ୍ତି।

Comments are closed.