ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି : ଗୁଆହାଟିରେ କର୍ଫ୍ୟୁ ଜାରି

ଗୁଆହାଟି : ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ବୁଧବାର ଆସାମ ଓ ତ୍ରିପୁରାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ରାସ୍ତାରେ ଟାୟାର ଜାଳି ବିକ୍ଷୋଭକାରୀଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ତେବେ ପୁଲିସ ପକ୍ଷରୁ ଆସାମରେ ଗୁଆହାଟିରେ କର୍ଫ୍ୟୁ ଜାରି କରାଯାଇଛି। ସ୍ଥିତି ସ୍ବାଭାବିକ ନହେବାପର୍ୟ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମରେ ଅନେକ ଟ୍ରେନର ଗତିପଥକୁ ବଦଳା ଯାଇଥିବା ବେଳେ ୧୦ଟି ଟ୍ରେନକୁ ବାତିଲ୍ କରାଯାଇଛି। ଅନେକ  ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ସ୍ଥିତି ନିୟନ୍ତ୍ରଣ ଲାଗି ଡିବ୍ରୁଗଢରୁ ସେନାକୁ ଡକାଯାଇଛି।

ଏହାସହିତ ଆସାମର ଲକ୍ଷ୍ମୀପୁର, ଦିସପୁର, ତିନିସୁକିୟା, ଘେମଜି, ଡିବ୍ରୁଗଡ଼, ଶିବାସାଗର, ଜୋରହାଟ, ଗୋଲାଘାଟ, କାମରୂପ(ମେଟ୍ରୋ)ରେ ଆଜି ସନ୍ଧ୍ୟା ୭ଟାରୁ ୧୨ତାରିଖ ସକାଳ ପର୍ଯ୍ୟନ୍ତ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

Comments are closed.