ଏସିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ଗ୍ରାଣ୍ଡ ମାଷ୍ଟର ଦେବାଶିଷ

ଯାଜପୁର ସଦର: ଯାଜପୁର ଜିଲା ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବାମଦେଇପୁର ଗ୍ରାମର ଧର୍ମକାନ୍ତ ରାଉତ ଓ ମାତା ମିତା ପାଲ୍‍ଙ୍କ ଅଢ଼େଇ ବର୍ଷର ପୁଅ ଡିଏନ୍‍ କ୍ରିଷ୍ଣା ଦେବାଶିଷ ଏସିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଡିଏନ କ୍ରୀଷ୍ଣା ଦେବାଶିଷ ୨୩ ସେକେଣ୍ଡ ୭୨ ମିଲି ସେକେଣ୍ଡରେ ୨୮ଟି ରାଜ୍ୟ ଓ ରାଜଧାନୀର ନାମ କହି ବିଚାରକ ମଣ୍ଡଳୀଙ୍କୁ ବିମୋହିତ କରିଥିଲେ। ଏସିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ସ୍ଥାନ ପାଇବା ସହ ଗ୍ରାଣ୍ଡ ମାଷ୍ଟର ଡିଏନ କ୍ରିଷ୍ଣା ଦେବାଶିଷଙ୍କୁ ଉପାଧିରେ ଭୂଷିତ କରାଯାଇଛି। ତାକୁୁ ଏସିଆ ବୁକ୍‍ ଅଫ୍‍ ରେକର୍ଡ଼ର ସାର୍ଟିଫିକେଟ ସହ ପଦକ ପ୍ରଦାନ କରାଯାଇଛି। ଗ୍ରାଣ୍ଡ ମାଷ୍ଟର ଡିଏନ କ୍ରିଷ୍ଣା ଦେବାଶିଷ ପୂର୍ବରୁ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ସ୍ଥାନ ପାଇସାରିଛନ୍ତି। ଏବେ ଏସିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ସ୍ଥାନ ପାଇବା ପରେ ଗିିନିଜ ବୁକ୍‍ ଅଫ୍‍ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆଶା ବାନ୍ଧିଛନ୍ତି। ଦେବାଶିଷଙ୍କ ପିତା ଧର୍ମକାନ୍ତ ରାଉତ ସେନାବାହିନୀରେ ଚାକିରି କରିିଥିବା ବେଳେ ସିଲିିଗୁଡ଼ିରେ ଅବସ୍ଥାପିତ ଅଛନ୍ତି। ଦେବାଶିଷଙ୍କୁ ୬ମାସ ହୋଇଥିଲା ବେଳେ ପିତାଙ୍କ ଠାରୁ ଯୋଗ ଶିକ୍ଷା ଲାଭ କରିଥିଲେ। ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା ନିର୍ଭୁଲ ଭାବେ ପଢ଼ିବା ସହ କହୁଥିବା ନେଇ ପିତା ସୂଚନା ଦେଇଛନ୍ତି।

Comments are closed.