ଶ୍ରୀମନ୍ଦିରରେ ଏଏସଆଇ ଟିମ୍: ନାଟମଣ୍ଡପ,ଜଗମୋହନ ସ୍ଥିତି ସମୀକ୍ଷା କଲେ

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଯୁଗ୍ମ ଡିଜି ଡ. ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଗୁରୁବାର ୬ ଜଣିଆ କୋରକମିଟି ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସି ନାଟମଣ୍ଡପ, ଜଗମୋହନର ସ୍ଥିତି ପରଖିଛନ୍ତି। ଏହି ଟିମ ନାଟମଣ୍ଡପ ବିମ୍‌ରେ ହୋଇଥିବା ଫାଟର ସ୍ଥିତି ସମୀକ୍ଷା କରିଛନ୍ତି। ଏହା ସହିତ ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପର ମରାମତି ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।

ଏହି ଟିମରେ ଏଏସଆଇ ନିର୍ଦ୍ଦେଶକ ମଦନ ସିଂହ ଚୌହାନ, ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସମେତ ୩ ଜଣ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି।

Comments are closed.