କାର୍ଯ୍ୟଭାର ସମ୍ଭାଳିଲେ ଅଶ୍ୱିନୀ ବୈଷ୍ଣବ ଓ ଅନୁରାଗ ଠାକୁର

ନୂଆଦିଲ୍ଲୀ : ରେଳମନ୍ତ୍ରୀ ଭାବେ ମନ୍ତ୍ରୀ ପଦ ମିଳିବା ପରେ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଦାୟିତ୍ୱ ନେବା ରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟ ରେଲୱେ ଆହୁରି ଉନ୍ନତି କରିବ। ଲୋକଙ୍କୁ କିଭଳି ସମସ୍ତ ସୁବିଧା ମିଳିବ ସେ ଦିଗରେ ସେ କାମ କରିବେ। ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଏହି ବିଭାଗ ରହିଛି। ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ ବୋଲି ଅଶ୍ୱିନୀ କହିଛନ୍ତି। ଏହାସହ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେହିଭଳି ଅନୁରାଗ ଠାକୁର ସୂଚନା ଓ ପ୍ରସାରଣ ଏବଂ ଯୁବ ଓ କ୍ରୀଡା ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି।

Comments are closed.