ବିଜେପିକୁ ଝଟକା; ଦଳ ଛାଡିଲେ ଅଶୋକ

ଭୁବନେଶ୍ବର: ବିଜେପୁରରେ ଉପନିର୍ବାଚନ ଅଳ୍ପ ଦିନ ବାକି ରହିଥିବା ବେଳେ ବିଜେପିକୁ ଏକ ବଡ ଝଟକା ଲାଗିଛି। ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ଶନିବାର ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଇସ୍ତଫା ଦେବା ପରେ ଅଶୋକ ପାଣିଗ୍ରାହୀ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳରେ ମୋତେ କେହି ଗୁରୁତ୍ବ ଦେଲେ ନାହିଁ କିମ୍ବା କେହି ପଚାରିଲେ ନାହିଁ। ଦଳ ମୋତେ ବିଶ୍ବାସ କଲାନାହିଁ ଏବଂ କୌଣସି ପ୍ରକାର ଦାୟିତ୍ବ ଦେଲା ନାହିଁ। କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି।

ଦଳର ଅଣଦେଖା ପାଇଁ କାହାକୁ ଦାୟୀ କରିବେ ପ୍ରଶ୍ନରେ ଉତ୍ତର ଦେଇ ଅଶୋକ କହିଛନ୍ତି ଯେ, ଦଳର ସାଙ୍ଗଠନିକ କାର୍ଯ୍ୟରେ ଯିଏ ଅଛନ୍ତି ସେମାନେ ଦାୟୀ। ଏହା ସହ ବିଜେଡିରେ ଯୋଗ ଦେବାର ସେମିତି କିଛି ସମ୍ଭାବନା ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ଉପନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ହୋଇଥିଲେ।

Comments are closed.