ଅଶୋକ ଲେଲ୍ୟାଣ୍ଡ୍‍ର ସଦ୍ୟତମ ରେଂଜ୍‍ ‘ଏଭିଟିଆର୍‍’ର ବାଲେଶ୍ୱରରେ ଗ୍ରାହକଙ୍କୁ ଡେଲିଭରି

ବାଲେଶ୍ୱର : ହିନ୍ଦୁଜା ଗୃପର ପ୍ରମୁଖ କଂପାନି ଓ ଭାରତର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ଅଶୋକ ଲେଲ୍ୟାଣ୍ଡ୍‍ ପକ୍ଷରୁ ସାରା ଭାରତରେ ଏହାର ଆଇଜେନ୍‍-୬ ବିଏସ୍‍-୬ ପ୍ରଯୁକ୍ତି ଥିବା ସଦ୍ୟତମ ରେଂଜ୍‍ର ମଡ୍ୟୁଲାର୍‍ ଟ୍ରକ୍‍ ଏଭିଟିଆର୍‍ର ୧୩୫୦ରୁ ଅଧିକ ଯାନ ଡେଲିଭରି ଦିଆଯାଇଛି। ଆଜି ଆମେ ବାଲେଶ୍ୱର ସହରରେ ଏଭିଟିଆର୍‍କୁ ଉନ୍ମୋଚନ କରିଛୁ ଏବଂ ଗ୍ରାହକଙ୍କୁ ଗାଡ଼ିର ଡେଲିଭରି ଦେଇଛୁ। ଶ୍ରୀଗଣେଶ ଅଟୋମୋବାଇଲ୍‍ସ୍‍ ଜରିଆରେ ଭର୍ଚୁଆଲ୍‍ ମାଧ୍ୟମରେ ଏହି ଟ୍ରକ୍‍ଗୁଡ଼ିକୁ ଅଶୋକ ଲେଲ୍ୟାଣ୍ଡ୍‍ର ସିଓଓ ଶ୍ରୀଯୁକ୍ତ ଅନୁଜ କାଠୁରିଆ ଓ ଶ୍ରୀ ଗଣେଶ ଅଟୋମୋବାଇଲସ୍‍ର ସ୍ୱତାଧିକାରୀ ସୁଧା ସିନ୍ଧୁ ପଣ୍ଡା ଗ୍ରାହକଙ୍କୁ ହସ୍ତାନ୍ତର କରିଛନ୍ତି।
ଶ୍ରୀଯୁକ୍ତ ଅନୁଜ କାଠୁରିଆ, ସିଓଓ, ଅଶୋକ ଲେଲ୍ୟାଣ୍ଡ୍‍ କହିଛନ୍ତି ଯେ, “ଆମର ଏଭିଟିଆର୍‍ ବର୍ଗର ଟ୍ରକ୍‍ଗୁଡ଼ିକ ଗ୍ରାହକଙ୍କୁ ସଦ୍ୟତମ ପ୍ରଯୁକ୍ତି ଓ ଅଭିନବତା ପ୍ରଦାନ କରୁଛି। ଆମର ଅର୍ଥନୀତିରେ ପର୍ଯ୍ୟାୟକ୍ରମେ ସୁଧାର ହେଉଥିବା ବେଳେ ଓ ବ୍ୟବସାୟରେ ସ୍ୱାଭାବିକତା ଫେରୁଥିବାରୁ, ସାମଗ୍ରୀ ପରିବହନରେ ଏହି ଟ୍ରକ୍‍ଗୁଡ଼ିକ ପ୍ରମୁଖ ଭୂମିକା ତୁଲାଇବ। ଖର୍ଚ୍ଚ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ନୂଆ ଟ୍ରକ୍‍ଗୁଡ଼ିକୁ ପରିଚାଳନା ଶ୍ରେଣୀ ଓ ରକ୍ଷଣାବେକ୍ଷଣ ଖର୍ଚକୁ ମିଶାଇ ମାଲିକାନାର ମୋଟ ଖର୍ଚ (ଟିସିଓ)ରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ। ବାଲେଶ୍ୱରରେ ଆମର ଭରସାଯୋଗ୍ୟ ସହଯୋଗୀ ଶ୍ରୀ ଗଣେଶ ଅଟୋମୋବାଇଲସ୍‍ ସହ ଆମେ ଆମ ଗ୍ରାହକ ପରିବାର ବଢ଼ାଇବାକୁ ଚାହୁଛୁ।’’
ଶ୍ରୀଯୁକ୍ତ ସୁଧା ସିନ୍ଧୁ ପଣ୍ଡା, ସ୍ୱତାଧିକାରୀ, ଶ୍ରୀ ଗଣେଶ ଅଟୋମୋବାଇଲସ୍‍ କହିଛନ୍ତି ଯେ, “ଅଶୋକ ଲେଲ୍ୟାଣ୍ଡ୍‍ ବ୍ରାଣ୍ଡ୍‍ ହେଉଛି ଦୃଢ଼ତା ଓ ଭରସାର ପ୍ରତୀକ। ନୂଆ ଏଭିଟିଆର୍‍ ରେଂଜ୍‍ ସହିତ କଂପାନି ଯାନକୁ ଏକ ନୂତନ ମାନଦଣ୍ଡ ପର୍ଯ୍ୟନ୍ତ ନେଇଛି। ବ୍ୟକ୍ତିଗତ ସୁହାଇବା ଭଳି ଗାଡ଼ି ନେବା ପାଇଁ ଅନେକ ବିକଳ୍ପ ରହିଥିବା ବେଳେ ଗ୍ରାହକମାନେ ଏବେ ନିଜ ବ୍ୟବସାୟ ପାଇଁ ଯାହା ଚାହୁଛନ୍ତି ତାହା ପାଇପାରିବେ। ଏହା ସହିତ ଆଇଜେନ୬ ପ୍ରଯୁକ୍ତି ଏଭିଟିଆର୍‍କୁ ଗ୍ରାହକଙ୍କ ପସନ୍ଦର ଗାଡ଼ିରେ ପରିଣତ କରିଛି। ଆମେ ଯଥା ସମ୍ଭବ ଗ୍ରାହକଙ୍କ ବ୍ୟବସାୟ ଆବଶ୍ୟକତା ପୂରଣ କରିବାକୁ ସଂକଳ୍ପ ନେଇଛୁ। ଏହି ଟ୍ରକ୍‍ରେ ନିବେଶର ମୂଲ୍ୟକୁ ଦେଖୁଛୁ ଯାହା ପରିଶେଷରେ ସେମାନଙ୍କୁ ନିଜ ବ୍ୟବସାୟ ଲାଭ ବୃଦ୍ଧିରେ ସହାୟକ ହେବ।’’
ଅଶୋକ ଲେଲ୍ୟାଣ୍ଡ୍‍ର ଏଭିଟିଆର୍‍ ଟ୍ରକ୍‍ ଯାହାର ସାତ ଡିଜାଇନ୍‍ ପେଟେଂଟ୍‍ ରହିଛି ତାହାକୁ ଇନ୍ଧନ ମିତବ୍ୟୟୀ ଆଇଜେନ୍‍ ୬ ଇଂଜିନ୍‍ ସହିତ ମଡ୍ୟୁଲାର୍‍ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି ଯାହା ଭାରତୀୟ ସିଭି ଶିଳ୍ପରେ ପ୍ରଥମ ଯେଉଁଥିରେ ଆକ୍ସସେଲ୍‌ଫ କନଫିଗୁରେସନ, ଲୋଡିଂ ସ୍ପାନସ, କେବିନ, ସସପେନସନ ଏବଂ ଡ୍ରାଇଭ୍‍ଟ୍ରେନ୍‍ର ବିବିଧ ବିକଳ୍ପ ଗୋଟିଏ ପ୍ଲାଟଫର୍ମରେ ୧୮.୫ଟନରୁ ୫୫ଟନ ବର୍ଗ ପର୍ଯ୍ୟନ୍ତ ଭାରି ବାଣିଜ୍ୟିକ ଯାନର ସମଗ୍ର ବର୍ଗରେ ରହିଛି। ଏହା ଗ୍ରାହକଙ୍କ ପ୍ରୟୋଗ ଓ ବ୍ୟବସାୟ ଆବଶ୍ୟକତା ସହ ଖାପଖାଉଥିବା ଯାନ କନଫିଗର (ମିଶାଇ ତିଆରି କରିବ) କରିବାରେ ସହାୟକ ହେଉଛି।
ଏଭିଟିଆର୍‍ ପ୍ଲାଟଫର୍ମ ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କ ପସନ୍ଦର ଗାଡ଼ି ପ୍ରସ୍ତୁତ କରିବାର ବିକଳ୍ପ ପ୍ରଦାନ କରୁଛି ଯାହା ପ୍ରତି ବଦଳରେ ଉତମ ପରିଚାଳନା ମିତବ୍ୟୟିତା ଓ ଗ୍ରାହକ ସନ୍ତୁଷ୍ଟି ପ୍ରଦାନ କରୁଛି। କଂପାନି ପାଇଁ, ଏହା ହେଉଛି ଶୀଘ୍ର ଗାଡ଼ି ବିକ୍ରି କରିବା ସହିତ ନିୟୁତାଧିକ ମିଶ୍ରଣ ସହ ଯେକୌଣସି ପ୍ରକାର ଗ୍ରାହକଙ୍କ ପାଇଁ ଗାଡ଼ି ପ୍ରସ୍ତୁତ କରିବା ସହିତ ଅଧିକରୁ ଅଧିକ ବଜାରରେ ଉତମ ଭାବେ ପହଂଚିବା। ଏହି ମଡ୍ୟୁଲାର ପ୍ଲାଟଫର୍ମ ଚାଳକଙ୍କୁ ଅତ୍ୟଧିକ ଭରସାଯୋଗ୍ୟ ଏବଂ ଉନ୍ନତ ଦୀର୍ଘସ୍ଥାୟିତ୍ୱ ସହ ଉନ୍ନତ ସୁରକ୍ଷା ଓ ଉତମ ଆରାମ ପ୍ରଦାନ କରୁଛି ଏବଂ ରିମୋଟ୍‍ ଡାଏଗ୍ନୋଷ୍ଟିକ୍ସ ସୁବିଧା ଥିବା ପରବର୍ତୀ ପିଢ଼ିର ଆଇ-ଆଲର୍ଟ ଫ୍ଲିଟ୍‍ ମ୍ୟାନେଜମେଂଟ୍‍ ବ୍ୟବସ୍ଥାର ସହାୟତା ଏଥିରେ ରହିଛି।
ଗ୍ରାହକମାନଙ୍କୁ ପ୍ରଭାବଶାଳୀ ଢଙ୍ଗରେ ସେବା ପ୍ରଦାନ କରିବା ଲାଗି ଅଶୋକ ଲେଲ୍ୟାଣ୍ଡ୍‍ର ସାରା ଭାରତରେ ୧୦୦୦ରୁ ଅଧିକ ଟଚ୍‍ପଏଂଟ୍‍ ରହିଛି। ଅଶୋକ ଲେଲ୍ୟାଣ୍ଡ୍‍ର ଯେକୌଣସି ଉତ୍ପାଦ ଓ ସେବା ଲାଗି ଗ୍ରାହକମାନେ ଆମକୁ ୧୮୦୦୨୬୬୩୩୪୦ରେ କଲ୍‍ କରିପାରିବେ।

Comments are closed.