ବାର୍ଟି ପ୍ରଥମଥର ୱିମ୍ବଲଡନ୍‌ ଚମ୍ପିଆନ୍‌

ଲଣ୍ଡନ୍‌ : ଟପ୍ ସିଡ୍‌ ଆସ୍‌ଲେ ବାର୍ଟି ଚଳିତବର୍ଷର ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି। ପ୍ରଥମଥର ବାର୍ଟି ୱିମ୍ବଲଡନ୍‌ ଟାଇଟଲ ଜିତିଛନ୍ତି। ଶନିବାର ଫାଇନାଲରେ ଅଷ୍ଟ୍ରେଲିଆର ବାର୍ଟି ୬-୩, ୬-୭, ୬-୩ ସେଟ୍‌ରେ ୮ମ ସିଡ୍‌ ଚେକ୍ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ୨୦୧୯ ଫ୍ରେଞ୍ଚ୍ ଓପନ୍‌ ଚମ୍ପିଆନ୍‌ ବାର୍ଟି ପ୍ରଥମଥର ୱିମ୍ବଲଡନ୍‌ର ଫାଇନାଲରେ ପହଞ୍ଚିଥିବା ବେଳେ ଏହାକୁ ଜିତି ଜୀବନର ୨ୟ ଗ୍ରାଣ୍ଡସ୍ଲାମ୍ ମୁକୁଟ ଜିତି ପାରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୫୫ ମିନିଟ ଚାଲିଥିଲା। ୨ୟ ସେଟ୍‌ରେ ବାର୍ଟି ଆଗୁଆ ଥିଲେ ହେଁ ପ୍ଲିସ୍କୋଭା ୨ ଥର ସର୍ଭିସ ଭଙ୍ଗକରି ସ୍କୋର୍‌କୁ ୬-୬ କରିଥିଲେ ଏବଂ ଏହାକୁ ଟାଇବ୍ରେକରରେ ଜିତିଥିଲେ। ୩ୟ ସେଟ୍‌ରେ ବାର୍ଟି ଗୋଟିଏ ସର୍ଭିସ୍ ବ୍ରେକ୍ ଜରିଆରେ ଏହାକୁ ଜିତି ନେଇଥିଲେ। ୧୯୮୦ରେ ଇଭୋନ୍ ଗୁଲାଗଙ୍ଗ୍‌ଙ୍କ ପରେ ଅଷ୍ଟ୍ରେଲୀୟ ଭାବେ ଆସ୍‌ଲେ ବାର୍ଟି ୱିମ୍ବଲଡନ୍‌ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇ ପାରିଛନ୍ତି।

Comments are closed.