ଫୁଟ୍‌ସାଲ କ୍ଲବ ପ୍ରତିଯୋଗିତା : ଆଶୀର୍ବାଦ ମ୍ୟାଚ ଅଧିକାରୀ

କଟକ: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପକ୍ଷରୁ ଆସନ୍ତା ନଭେମ୍ବର ୫ରୁ ୧୫ ପର୍ୟ୍ୟନ୍ତ ନୂଆଦିଲ୍ଲୀରେ ହିରୋ ଫୁଟ୍‌ସାଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଏଆଇଏଫଏଫ ପକ୍ଷରୁ ମୋଟ ୧୬ଜଣ ରେଫରୀ ଓ ଅଫିସିଆଲ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ଏକମାତ୍ର ରେଫରୀ ଭାବେ ଆଶୀର୍ବାଦ କାନୁନଗୋ ମ୍ୟାଚ ଅଧିକାରୀ ଦାୟିତ୍ବ ତୁଲାଇବାକୁ ମନୋନୀତ ହୋଇଛନ୍ତି।

ମ୍ୟାଚ ଅଧିକାରୀ ଦାୟିତ୍ବ ତୁଲାଇବାକୁ ମନୋନୀତ ହୋଇଥିବା ଆଶୀର୍ବାଦଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

Comments are closed.