୭ଦଫା ଦାବି ନେଇ ଆଶାକର୍ମୀଙ୍କ ଆନ୍ଦୋଳନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟରତ ସମସ୍ତ ଆଶାକର୍ମୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗତକାଲିଠାରୁ ଧାରଣାରେ ବସି ରହିଛନ୍ତି । ଆଶା କର୍ମୀମାନଙ୍କର ଦୀର୍ଘ ଦୀନର ୭ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାରା ରାଜ୍ୟରେ ଏହି ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଫଳରେ ଖଜୁରୀପଡ଼ା ଚିକିତ୍ସାଳୟର କାର୍ଯ୍ୟରତ ସମସ୍ତ ଆଶା କର୍ମୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିଥିବାରୁ ରୋଗୀ ସେବା ବ୍ୟାହାତ ହୋଇଛି।
Comments are closed.