ଟେବୁଲରେ ଶୋଇ କିଶୋର କୁମାର ଗାଇଥିଲେ ଏହି ଗୀତ ଆଜି ମଧ୍ୟ ଏହା ବେଶ ଲୋକପ୍ରିୟ

ନୂଆଦିଲ୍ଲୀ : ଆଶା ଭୋସଲେ, କିଶୋର କୁମାରଙ୍କ ଗୀତ ‘ଇନ୍ତହା ହୋ ଗେଇ’ ଏହି ଗୀତ ପଛରେ ଥିବା ଏକ କଥା ଜଣାଇଛନ୍ତି। କିଶୋର କୁମାର ସଙ୍ଗୀତ ଜଗତରେ ବହୁତ ଲୋକପ୍ରିୟ କଳାକାର । ନିଜର ଏକ ସ୍ୱତନ୍ତ୍ର ଶୈଳୀରେ ସେ ଗୀତ ଗାଉଥିଲେ। ତାଙ୍କର ସମସ୍ତ ଗୀତ ଖୁବ ପ୍ରସିଦ୍ଧିଲାଭ କରିଛି। କିଶୋର କୁମାର ସର୍ବଦା ହସଖୁସିରେ ରହୁଥିଲେ। ଆଶା ଭୋସଲେ ଓ କିଶୋର କୁମାର ଚଳଚ୍ଚିତ୍ର ଜଗତ ପାଇଁ ବହୁ ପ୍ରସିଦ୍ଧ ଗୀତ ଗାଇଛନ୍ତି।
ଆଶା ଭୋସଲେ ନିଜ ୟୁଟୁବ ଚ୍ୟାନେଲରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯାହାର ଶୀର୍ଷକ ‘ଆଶା କି ଆଶା’ ରହିଛି। ଏହି ଶୋରେ ଆଶା କହିଛନ୍ତି ୧୯୮୪ରେ ପ୍ରକାଶ ମେହରାଙ୍କ ନିଦର୍ଶନରେ ପ୍ରସ୍ତୁତ ଚଳଚ୍ଚିତ୍ରରେ ‘ସରାବୀ’ର ଗୀତ ଇନ୍ତହା ହୋ ଗେଇ ଇନ୍ତଜାର କି’କୁ କିଶୋର କୁମାର କେଉଁ ଶୈଳୀରେ ଗାଇଥିଲେ। ପ୍ରଥମେ କିଶୋର ଦା ଏହି ଗୀତ ଗାଇବାକୁ ମନା କରି ଦେଇଥିଲେ। ମାତ୍ର ପରେ ସେ ରାଜି ହୋଇଯାଇଥିଲେ। ପରେ ସେ ନିଷ୍ପତି ନେଇଥିଲେ, ଏହି ଗୀତକୁ ସେ ମଦୁଆଙ୍କ ଭଳି ଶୋଇ କରି ଗାଇବେ। ଆଖପାଖରେ ଥିବା କର୍ମଚାରୀଙ୍କ ଦ୍ୱାରା ଟେବୁଲର ଯୋଗାଡ଼ କରିଥିଲେ।ଏହାପରେ ଟେବୁଲରେ ଶୋଇ ଏହି ଗୀତକୁ ରେକର୍ଡ଼ କରାଇଥିଲେ।
ଆଜି ମଧ୍ୟ କିଶୋର କୁମାରଙ୍କ ନାମ ଆସିଲେ ସଭିଁଙ୍କ ମୁହଁରେ ହସଖୁସି ଭରିଯାଏ। ନିଜ ଶୈଳୀରେ ପ୍ରତ୍ୟେକଙ୍କୁ ନିଜର ଦିୱାନା ବନାଇଛନ୍ତି।

Comments are closed.