ଏନ୍‌ସିବିରେ ହାଜିରା ଦେବେନି ଆର୍ଯ୍ୟନ୍‌

ମୁମ୍ବଇ: ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଅଭିନେତା ଶହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଶ୍ବସ୍ତି ମିଳିଛି। ପ୍ରତି ଶୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ପକାଇବା ପାଇଁ ଜାମିନ ଆଦେଶରେ ଧାର୍ଯ୍ୟ ସର୍ତ୍ତକୁ କୋହଳ କରିବା ଲାଗି ସେ ଗତ ୧୦ରେ କରିଥିବା ଆବେଦନକୁ ଉଚ୍ଚ ନ୍ୟାୟାଳୟ ଅନୁମୋଦନ କରିବା ସହ ଆବଶ୍ୟକ ସମୟରେ ସେ ଦିଲ୍ଲୀସ୍ଥିତ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେ ବୋଲି ବୁଧବାର ରାୟ ଶୁଣାଇଛନ୍ତି।

ଜାହାଜରେ ମାଦକ ଆସର ଆୟୋଜନ ମାମଲାରେ ଅକ୍ଟୋବର ୨୮ରେ ଆର୍ଯ୍ୟନ୍‌ଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଥିବାବେଳେ ପ୍ରତି ଶୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବାକୁ ସର୍ତ୍ତ ରଖାଯାଇଥିଲା। ସେହି ଅନୁସାରେ ହାଜିରା ପାଇଁ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବା ସମୟରେ ଉପୁଜୁଥିବା ସମସ୍ୟା ଏବଂ ମାମଲା ଦିଲ୍ଲୀ ସ୍ଥାନାନ୍ତର ହୋଇଥିବାରୁ ମୁମ୍ବଇ କାର୍ଯ୍ୟାଳୟାର ହାଜିରା ପକାଇବାର ଆବଶ୍ୟକତା ନ ଥିବା ଦର୍ଶାଇ ୨୩ବର୍ଷୀୟ ଆର୍ଯ୍ୟନ୍‌ ଜାମିନ ରାୟରେ ପରିବର୍ତ୍ତନ ପାଇଁ ନିବେଦନ କରିଥିଲେ।

Comments are closed.