ଏନସିବି ନିକଟରେ ହାଜର ହେଲେ ଆର‌୍ୟନ ଖାଁ, ଜାମିନ ଆଦେଶରେ ରହିଥିଲା ସର୍ତ୍ତ

ମୁମ୍ବଇ: କ୍ରୁଜ ନିଶାସେବନ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ଶୁକ୍ରବାର ଦିନ ଏଠାରେ ଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସମୟରେ ରଖିଥିବା ଅନ୍ୟାନ୍ୟ ସର୍ତ୍ତ ମଧ୍ୟରେ ପ୍ରତି ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ କହିଥିଲେ । ସୂଚନାଯୋଗ୍ୟ ଯେ ଅକ୍ଟୋବର ୩ ତାରିଖରେ ଏନସିବି ଦ୍ୱାରା ଗିରଫ ହେବା ପରେ ଆର‌୍ୟନଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ ନକରିବାରୁ ସେ ଆର୍ଥର ରୋଡ କାରଗାରରେ ରହିଥିଲେ । ତେବେ ଅକ୍ଟୋବର ୨୮ରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ । ତେବେ ସେ ଅକ୍ଟୋବର ୩୦ରେ କାରଗାରରୁ ମୁକୁଳିଥିଲେ । ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ସେ ଏନସିବି ନିକଟରେ ହାଜର ହେବାକୁ ତାଙ୍କୁ ଆଦେଶ ଦିଆଯାଇଥିଲା ।

Comments are closed.