ରିଲିଜ୍‌ ହେଲା ‘ଆର୍ଯ୍ୟା-୨’ ଟ୍ରେଲର: ସ୍ବାମୀ ହତ୍ୟାର ପ୍ରତିଶୋଧ ନେବାକୁ ବାଘୁଣୀ ସାଜି ଫେରିଛି ଆର୍ଯ୍ୟା

ଦମ୍‌ଦାର୍ ଭୂମିକାରେ ସୁସ୍ମିତା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଲୋକପ୍ରିୟ ୱେବସିରିଜ୍ ‘ଆର୍ଯ୍ୟା’ର ଦ୍ବିତୀୟ ସିଜନ୍‌କୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ‘ଆର୍ଯ୍ୟା-୨’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଡିସେମ୍ବର ୧୦ ତାରିଖରୁ ଏହି ଦମ୍‌ଦାର୍‌ ୱେବସିରିଜକୁ ଆପଣ ଡିଜ୍ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ଦେଖିପାରିବେ। ସିଜିନ୍ ୨ରେ ଆର୍ଯ୍ୟାକୁ ପୂର୍ବାପେକ୍ଷା ଅଧିକ ନିର୍ଭୟ ଓ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।

‘ଆର୍ଯ୍ୟା-୨’ରେ ସୁସ୍ମିତା ସେନ୍‌ ନିଜ ପ୍ରିୟଜନଙ୍କ ପାଇଁ ପ୍ରିୟଜନଙ୍କ ସହ ଲଢେଇ କରୁଥିବା ଦେଖିବାକୁ ମିଳିବ। ନିଜ ପରିବାରକୁ ବଞ୍ଚାଇବା ପାଇଁ ସେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ‘ଆର୍ଯ୍ୟା’ର ପ୍ରଥମ ସିଜନରେ ସୁସ୍ମିତାଙ୍କ ସ୍ବାମୀ ଭୂମିକାରେ ଅଭିନୟ କରିଥିବା ଚନ୍ଦ୍ରଚୂଡ଼ଙ୍କୁ କିଏ ହତ୍ୟା କରିଥିଲା ତା’ର ପର୍ଦ୍ଦାଫାସ ହୋଇଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଆର୍ଯ୍ୟା ନିଜ ପିଲାମାନଙ୍କ ସହ ଦେଶ ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଉଛି। ଏହାର ଦ୍ବିତୀୟ ସିଜନ୍‌ ଆର୍ଯ୍ୟାର ପ୍ରତିଶୋଧ ଉପରେ ଆଧାରିତ।

 

Comments are closed.