ପାଠକ ବାପ-ପୁଅଙ୍କୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ । ଭିଜିଲାନ୍ସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ ସମ୍ପର୍କରେ ଉଭୟଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଏସଆଇଟିର ଆବେଦନକୁ ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତ ଅନୁମତି ଦେଇଛି ।

ସୂଚନା ଅନୁସାରେ ଏସଆଇଟି ଅଧିକାରୀମାନେ ପାଠକ ବାପା-ପୁଅଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଓ ଅନ୍ୟ ପ୍ରସଙ୍ଗରେ ଅଧିକ ତଥ୍ୟ ହାସ ଲାଗି ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଲୋଡ଼ିଥିଲା ।

ଆୟ ବହିର୍ଭୁତ ସମ୍ପତ୍ତି ମାମଲା ଅଭିଯୋଗ ପରେ  ଭିଜିଲାନ୍ସ ପାଠକଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ  ଦୁର୍ନୀତି ନିବାରଣ ଦଳର ଅଧିକାରୀମାନେ ଚଢ଼ଉ କରିଥିଲେ ଏବଂ ତାଙ୍କର ଆୟଠାରୁ ଅଧିକ ୯ କୋଟିରୁ ଉଦ୍ଧ୍ଵର୍ର୍ ସମ୍ପତ୍ତି ଠାବ ହୋଇଥିଲା ।

ଜବତ ହୋଇଥିବା ଟଙ୍କା ପାଇଁ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବା ପରେ ଭିଜିଲାନ୍ସ ଅଧିକାରୀମାନେ ପଠକଙ୍କୁ ଗିରଫ କରିଥିଲେ। ସେମାନେ ମଧ୍ୟ ଆଇଏଫଏସ୍ ଅଧିକାରୀଙ୍କ ଅନେକ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଜବତ କରିଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୪.୭୭ କୋଟି ଟଙ୍କା ଠାବ କରିବା ପରେ ପାଠକଙ୍କ ପୁଅକୁ ମଧ୍ୟ ଗିରଫ କରାଯାଇଥିଲା

Comments are closed.