ଲାଞ୍ଚ ନେବା ଅଭିଯୋଗରେ ପିଇଓ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତ ପିଇଓ ମନୋଜ କୁମାର ସାହୁ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଜଣେ କର୍ମଚାରୀଙ୍କୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର ଚୁକ୍ତିଭିତ୍ତିକ କିରାଣୀ ପନୁ ଚରଣ ସେଠୀ ନିଜର ଦରମା ବୃଦ୍ଧି ପାଇଁ ଏକ ମିଟିଂରେ ପିଇଓ ମନୋଜ କୁମାରଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ମନୋଜ କୁମାର ତାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପନୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ସୋମବାର ମନୋଜ କୁମାର ପନୁଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ତାଙ୍କ ଠାରୁ ନଗଦ ୨ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି।

Comments are closed.