ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ ଗିରଫ

ବୌଦ୍ଧ: ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୁଲିସ।

ସୂଚନା ଅନୁଯାୟୀ,  ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ବଚସା ହୋଇଥିଲା, ପରେ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

 

Comments are closed.