ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କଠୁ ଲୁଟ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରେ ବନ୍ଧନ ବ୍ୟଙ୍କର ଜଣେ ମହିଳା କର୍ମଚାରୀଙ୍କ ଠାରୁ ୯୪ ହଜାରା ଟଙ୍କା ଲୁଟ ଘଟଣାରେ ପୁଲିସ ଶନିବାର ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ସେମାନଙ୍କ ଠାରୁ ନଗଦ ୭୦ ହଜାର ଟଙ୍କା, ଗୋଟିଏ ବାଇକ ଓ ଗୋଟିଏ ଦେଶୀ ପିସ୍ତତ ଜବତ କରିଛି। ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ସାହାଯାନ ଖାନ, ଏସକେ.ସହିଦ, ଯାଲୁଦିନ ଖାନ ଓ ପ୍ରଶାନ୍ତ ଭୂୟାଁ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ  ଅନେକ ଅପରାଧିକ ମାମଲାରେ ରହିଛି। ଏମାନଙ୍କ ମୁଖ୍ୟ ଟାର୍ଗେଟ ମହିଳାମାନଙ୍କ ଚେନ ଓ ଟଙ୍କା ଚୋରି କରିବା ଥିଲା।

ସୂଚନା ଅନୁଯାୟୀ, ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଗ୍ରାହକଙ୍କ ଠାରୁ ଟଙ୍କାନେଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠୁ ୯୪ ହଜାରା ଟଙ୍କାସହ  ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟ୍ କରି ନେଇଥିଲେ ।

Comments are closed.