ସୋଲାର ବ୍ୟାଟେରୀ ଚୋରୀ ଅଭିଯୋଗରେ ୩ ଗିରଫ

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ପଞ୍ଚାୟତର ଘଣ୍ଟିଆବୁଡା ଗ୍ରାମରେ  ସୋଲାର ବ୍ୟାଟେରୀ ଚୋରୀ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବଡ଼ଶଳ ଗ୍ରାମର ଦୀପକ ନାଏକ,  ବୁଧରାୟ ସିଂ, ଓ ଝାରପୋଖରିଆ(ଅନ୍ଧାରି) ଅଞ୍ଚଳର ରାଜମତି ଚହ୍ୱାନ।

ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବରୁ ରାତି ସମୟରେ କେହି ଦୁର୍ବୃର୍ତ୍ତ ଘଣ୍ଟିଆବୁଡା ମନ୍ଦିର ପରିସରରୁ ଗୋଟିଏ ୧୨ଭୋଲ୍ଟର ସୋଲାର ବ୍ୟାଟେରୀ ଚୋରୀ କରି ନେଇଥିବାର ଅଭିଯୋଗ କରିଥିଲେ ଗ୍ରାମବାସୀ। ଝାରପୋଖରିଆ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ସବଇନିସ୍ପେକ୍ଟର ପଞ୍ଚାନନ ମହାନ୍ତି ଚୋରୀ ଘଟଣାର ଛାନଭିନ ଆରମ୍ଭ କରି ଗତକାଲି ରାତିରେ ଚଢ଼ାଉ କରି ଚୋରୀ କରିଥିବା ଦୁଇ ଜଣ ଯୁବକ ଏବଂ ଚୋରି ଜିନିଷ କିଣାବିକା କରୁଥିବା ଜଣେ ମହିଳାଙ୍କୁ ଗିରଫ କରିବା ସହିତ ମୋଟ ୬ଟି ଚୋରୀ ବ୍ୟାଟେରୀ ଜବତ କରିଥିଲେ । ସେମାନେ ସୋଲାର ବ୍ୟାଟେରୀ ଚୋରୀ କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଏନେଇ ଆଜି ଝାରପୋଖରିଆ ପୁଲିସ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା ପରେ ମୟୁରଭଞ୍ଜ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଦାମ ଚରଣ ସାହୁଙ୍କ ଉପସ୍ଥିତିରେ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.