ପଞ୍ଚାୟତ ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ଗିରଫ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପିପିଳିଆ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଗୁରୁବାର ଘଟଗାଁ ପୁଲିସ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛି । ପିପିଳିଆ ପଞ୍ଚାୟତର ପାଖାପାଖି ୨୨ଲକ୍ଷ ଟଙ୍କାର ଅର୍ଥ ହେରଫେର ହୋଇଥିବା ସମ୍ପର୍କରେ ଘଟଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପିପିଳିଆ ସରପଞ୍ଚ ଉପେନ୍ଦ୍ର ନାୟକ ଓ ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସୌଭାଗ୍ୟ ରାଉତଙ୍କ ସଂପୃକ୍ତି ଥିବା ନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲା । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏପିଡି ମଧ୍ୟ ପିପିଳିଆ ପଞ୍ଚାୟତ ଅର୍ଥ ହଡ଼ପ ଘଟଣାର ତଦନ୍ତ କରିଥିଲେ । ବ୍ଲକ ପ୍ରଶାସନର ଲିଖିତ ଅଭିଯୋଗ ପାଇବା ପରେ ଘଟଗାଁ ପୁଲିସ ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Comments are closed.