ଠକେଇ ଓ ଧମକ ଅଭିଯୋଗରେ ବିଜେପି ନଗର ସଭାପତି ଗିରଫ

ଟିଟିଲାଗଡ଼: ଜଣେ ବ୍ୟବସାୟୀଙ୍କୁ ଠକେଇ ଓ ଧମକ ଦେଇ ଅଭିଯୋଗରେ ମଙ୍ଗଳବାର ଟିଟିଲାଗଡ଼ ବିଜେପି ନଗର ସଭାପତି ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ବିଜେପି ନଗର ସଭାପତି ଚେୟାରମ୍ୟାନ୍ ବାଗଙ୍କ ନାମରେ ସ୍ଥାନୀୟ ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଥିଲେ। ପରେ ସେ ତାଙ୍କୁ ଧମକ ଦେଉଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗରେ ଦର୍ଶାଇଥିଲେ।ଅଭିଯୋଗକୁ ଭିତ୍ତିକରି ଟିଟିଲାଗଡ଼ ପୁଲିସ  ବିଜେପି ନଗର ସଭାପତି ଚେୟାରମ୍ୟାନ୍ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.