ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ୮ ଗିରଫ

ଆନନ୍ଦପୁର : କେନ୍ଦୁଝର ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ସୋମବାର ୮ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ପକ୍ଷର ଅଭିଯୋଗ କ୍ରମେ ୮ ଜଣଙ୍କୁ ଆନନ୍ଦପୁର ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ,ରବିବାର ପ୍ରଚାରର ଶେଷ ପର୍ଯ୍ୟାୟରେ ପିସିସି ସଭାପତି ଓ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ୨୦ ଜଣ ଆହତ ହୋଇଥିଲେ। ଏହାସହ ୧୦ ରୁ ଅଧିକ ଗାଡ଼ି ଭଙ୍ଗାରୁଜା ମଧ୍ୟ ହୋଇଥିଲା।

Comments are closed.