ପଲ୍‍ସ ପୋଲିସ ଅଭିଯାନ-୨୦୨୧ : ଆଜିଠାରୁ ଘରକୁ ଘର ଯାଇ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ପ୍ରଥମ ଦିନରେ ୮୯ ଲକ୍ଷ ଶିଶୁଙ୍କୁ ଦିଆଯାଇଛି ପୋଲିଓ ବୁନ୍ଦା

ନୂଆଦିଲ୍ଲୀ ;  ଦେଶରେ ରବିବାରଠାରୁ ପଲ୍‍ସ ପୋଲିସ ଅଭିଯାନ ୨୦୨୧ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ୮୯ ଲକ୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁସାରେ ଦେଶର ୭ଲକ୍ଷ ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ବୁଥରେ ପୋଲିଓ ବୁନ୍ଦା ନେଇ ନ ଥିବା ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ଆସନ୍ତା ୨ରୁ ୫ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ୫ବର୍ଷରୁ କମ୍‍ ବୟସର ଶିଶୁଙ୍କୁ ଚିହ୍ନଟ କରିବେ। ମନ୍ତ୍ରଣାଳୟ କହିଛି, ବିଭିନ୍ନ ବସ୍‍ଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ବିମାନବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଏହି ଜୀବନ ରକ୍ଷାକାରୀ ବୁନ୍ଦା ଦେଉଛନ୍ତି।

ରାଜ୍ୟରେ ୪୧ ଲକ୍ଷ ପିଲାଙ୍କୁ ଟିକାଦାନ ପାଇଁ ଲକ୍ଷ୍ୟ ରଖା ଯାଇଛି। ଗତକାଲି ବିଭିନ୍ନ ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିଲା। ତେବେ ଆଜି ଓ ଆସନ୍ତାକାଲି ଘରକୁ ଘର ବୁଲି ଆଶା ଓ ଅଙ୍ଗନୱାଡି କର୍ମୀମାନେ ପୋଲିଓ ବୁନ୍ଦା ଖାଇ ନ ଥିବା ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବେ।

Comments are closed.