‘ଆରୋଗ୍ୟ ସେତୁ’ ବ୍ୟବହାରକାରୀଙ୍କ ସଂଖ୍ୟା ୬ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ୬ କୋଟି ଲୋକ ‘ଆରୋଗ୍ୟ ସେତୁ’ ଆପ୍‍ର ବ୍ୟବହାର କରୁଛନ୍ତି। ଇଲେକ୍‍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି,ଏହି ସଂଖ୍ୟାରୁ କୋଭିଡ-୧୯ର ମୁକାବିଲା ପାଇଁ ଦେଶର ଜନସାଧାରଣଙ୍କ ସଙ୍କଳ୍ପବଦ୍ଧତାର ପ୍ରତିଫଳନ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‍ଦର୍ଶନ ଅନୁସାରେ ଦେଶରେ ଜନସାଧାରଣ କାନ୍ଧକୁ କାନ୍ଧ ମିଳାଇ କୋଭିଡ-୧୯ର ମୁକାବିଲା କରୁଛନ୍ତି। ସେ କହିଛନ୍ତି, କୋଭିଡ-୧୯ ସଂକ୍ରମଣ ବ୍ୟାପିବାରୁ ରୋକିବାରେ ଭାରତ ସମଗ୍ର ବିଶ୍ୱକୁ ରାସ୍ତା ଦେଖାଉଛି।

ସୂଚନାଯୋଗ୍ୟ କୋଭିଡ-୧୯ ବିରୋଧରେ ଲଢ଼େଇ କରିବା ନିମନ୍ତେ ଦେଶର ଜନସାଧାରଣଙ୍କୁ ଏକତ୍ରିତ କରିବା ଲାଗି ଏହି ମୋବାଇଲ ଆପ ବିକଶିତ କରାଯାଇଛି । ‘ଆରୋଗ୍ୟ ସେତୁ’ ନାମକ ଏହି ଆପ ଜରିଆରେ ଜନସାଧାରଣ କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ । ଅତ୍ୟାଧୁନିକ ବ୍ଲୁ ଟୁଥ ପ୍ରଯୁକ୍ତି, ଆଲଗୋରିଦିମ ଏବଂ କୃତ୍ରିମ ବୁଦ୍ଧିମତାର ଉପଯୋଗ କରି ଏହା ବ୍ୟବହାର କାରୀଙ୍କୁ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେବ ।

ଅପ୍ରେଲ ୩ ତାରିଖରେ ଏହାର ଶୁଭାରମ୍ଭ ହୋଇଥିଲା।

 

Comments are closed.