ଲେହ ଗସ୍ତରେ ସେନାମୁଖ୍ୟ

ଲେହ: ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ଗସ୍ତ କରିଛନ୍ତି। ସେ ‘ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ’ର ଏକଦିବସୀୟ ଯାତ୍ରା ପାଇଁ ଏହି ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସର ରେଚିନ୍ ଲା ସମେତ ଅଗ୍ରୀମ ଫ୍ରଣ୍ଟଗୁଡିକର ତଦାରଖ କରିଥିଲେ।

ଏହା ସହିତ ସେନା ମୁଖ୍ୟ ନରୱଣେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଜିଓସି, ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ ଏବଂ ଅନ୍ୟ କମାଣ୍ଡୋମାନଙ୍କ ଦ୍ବାରା ସେନାର ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସେନାମୁଖ୍ୟଙ୍କୁ ଅବଗତ କରାଯାଇଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ, ସେନା ମୁଖ୍ୟ ରେଚିନ୍‌ ଲା ସମେତ ଅଗ୍ରୀମ ଫ୍ରଣ୍ଟଗୁଡ଼ିକରେ ମୁତୟନ ହୋଇଥିବା ସୈନିକମାନଙ୍କର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଲଏସିରେ ସୈନିକମାନେ କିପରି ଆରାମରେ ଡ୍ୟୁଟି କରିପାରିବେ ସେଥିଲାଗି କରାଯାଇଥିବା ପ୍ରୟାସର ପ୍ରଶଂସା କରିଥିଲେ ନରୱଣେ।

Comments are closed.